Apple ଆକାଉଣ୍ଟ୍
ଆପଣ Apple ସେବା ଯେପରିକି App Store, Apple Music, iCloud, FaceTime, iTunes Store ଇ୍ୟାଦି ଆକ୍ସେସ୍ କରିବା ପାଇଁ ନିଜର Apple ଆକାଉଣ୍ଟ୍ ବ୍ଯବହାର କରନ୍ତି।
ଆପଣଙ୍କ Apple ଆକାଉଣ୍ଟ୍ରେ ସାଇନ୍ ଇନ୍ କରିବାକୁ, ଆପଣଙ୍କ ଆକାଉଣ୍ଟ୍ ପାଇଁ ଫାଇଲ୍ରେ ଏକ ଇମେଲ୍ ଠିକଣା କିମ୍ବା ଫୋନ୍ ନମ୍ବର୍ ଏବଂ ଆପଣଙ୍କ ପାସ୍ଓ୍ବର୍ଡ୍ ବ୍ଯବହାର କରନ୍ତୁ। Apple ସହାୟତା ଆର୍ଟିକଲ୍ ଆପଣଙ୍କ ମୋବାଇଲ୍ ଫୋନ୍ ନମ୍ବର୍କୁ ନିଜ Apple ଆକାଉଣ୍ଟ୍ର ପ୍ରାଥମିକ ୟୁଜର୍ ନେମ୍ ଭାବେ ବ୍ଯବହାର କରନ୍ତୁଦେଖନ୍ତୁ।
ଯେକୌଣସି ଡିଭାଇସ୍ରେ ଯେକୌଣସି Apple ସେବା ବ୍ଯବହାର କରିବା ପାଇଁ ସମାନ Apple ଆକାଉଣ୍ଟ୍ରେ ସାଇନ୍ ଇନ୍ କରନ୍ତୁ। ସେହିପରି, ଆପଣ ଗୋଟିଏ ଡିଭାଇସ୍ରେ କିଛି ଜିନିଷ କ୍ରୟ କିମ୍ବା ଡାଉନ୍ଲୋଡ୍ କଲେ, ସେହି ସମାନ ଆଇଟମ୍ ଆପଣଙ୍କ ଅନ୍ଯ ଡିଭାଇସ୍ରେ ଉପଲବ୍ଧ ହୁଏ। ଆପଣଙ୍କ କ୍ରୟ ଆପଣଙ୍କ Apple ଆକାଉଣ୍ଟ୍ ସହିତ ସଂଯୁକ୍ତ ଏବଂ ଏହାକୁ ଅନ୍ଯ Apple ଆକାଉଣ୍ଟ୍କୁ ଟ୍ରାନ୍ସଫର୍ କରାଯାଇପାରିବ ନାହିଁ।
ନିଜସ୍ୱ Apple ଆକାଉଣ୍ଟ୍ ରହିବା ଏବଂ ଏହାକୁ ଶେୟର୍ ନକରିବା ସବୁଠାରୁ ଭଲ। ଯଦି ଆପଣ ଏକ ପରିବାର ଗ୍ରୂପ୍ର ଅଂଶ ଅଟନ୍ତି, ତେବେ ଆପଣ ଏକ Apple ଆକାଉଣ୍ଟ୍ ଶେୟର୍ ନକରି ମଧ୍ଯ ପରିବାର ସଦସ୍ଯଙ୍କ ମଧ୍ଯରେ କ୍ରୟଗୁଡ଼ିକ ଶେୟର୍ କରିବା ପାଇଁ ପରିବାର ଶେୟରିଂକୁ ବ୍ଯବହାର କରିପାରିବେ।
Apple ଆକାଉଣ୍ଟ୍ ବିଷୟରେ ଅଧିକ ଜାଣିବା ପାଇଁ Apple ଆକାଉଣ୍ଟ୍ ସହାୟତା ପୃଷ୍ଠାଦେଖନ୍ତୁ। ଗୋଟିଏ ଆକାଉଣ୍ଟ୍ ତିଆରି କରିବା ପାଇଁ Apple ଆକାଉଣ୍ଟ୍ ୱେବ୍ସାଇଟ୍କୁ ଯାଆନ୍ତୁ।