ଦ୍ୱି-ସ୍ତରୀୟ ପ୍ରମାଣୀକରଣ

ଯଦି ଆପଣ iOS 13.4, iPadOS 13.4, macOS 10.15.4 କିମ୍ବା ପରବର୍ତ୍ତୀ ଭର୍ଶନ୍ ଥିବା ଡିଭାଇସ୍‌ରେ ଆପଣଙ୍କର Apple ଆକାଉଣ୍ଟ୍ ତିଆରି କରନ୍ତି, ତେବେ ଆପଣଙ୍କ ଆକାଉଣ୍ଟ୍ ସ୍ୱୟଂଚାଳିତ ଭାବରେ ଦ୍ୱି-ସ୍ତରୀୟ ପ୍ରମାଣୀକରଣ ବ୍ଯବହାର କରିଥାଏ।

iOS 9, iPadOS 13, OS X 10.11 କିମ୍ବା ପରବର୍ତ୍ତୀ ଭର୍ଶନ୍‌ରେ Apple ଆକାଉଣ୍ଟ୍ ପାଇଁ-ଦ୍ୱି-ସ୍ତରୀୟ ପ୍ରମାଣୀକରଣ ଉପଲବ୍ଧ। ଯଦି ଆପଣ ପୂର୍ବରୁ ଦ୍ୱି-ସ୍ତରୀୟ ପ୍ରମାଣୀକରଣ ବିନା ଏକ Apple ଆକାଉଣ୍ଟ୍ ତିଆରି କରିଛନ୍ତି, ତେବେ-ଦ୍ୱି-ସ୍ତରୀୟ ପ୍ରମାଣୀକରଣ ଚାଲୁ କରିବା ପାଇଁ ଏହି ପଦକ୍ଷେପଗୁଡ଼ିକୁ ଅନୁସରଣ କରନ୍ତୁ:

  1. ସେଟିଂସ୍ > [ଆପଣଙ୍କ ନାମ] > ସାଇନ୍ ଇନ୍ ଓ ସୁରକ୍ଷାକୁ ଯାଆନ୍ତୁ।

  2. “ଦ୍ୱି-ସ୍ତରୀୟ ପ୍ରମାଣୀକରଣକୁ ଚାଲୁ କରନ୍ତୁ” ଉପରେ ଟାପ୍ କରନ୍ତୁ, ତା’ପରେ ଅନ୍‌ଲାଇନ୍ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

ଦ୍ୱି-ସ୍ତରୀୟ ପ୍ରମାଣୀକରଣ ଅନ୍ଯମାନଙ୍କୁ ଆପଣଙ୍କ Apple ଆକାଉଣ୍ଟ୍ ଆକ୍ସେସ୍ କରିବାକୁ ରୋକିବାରେ ସହାୟତା କରେ (ସେମାନେ ଆପଣଙ୍କର Apple ଆକାଉଣ୍ଟ୍ ପାସ୍‌ଓ୍ବର୍ଡ୍ ଜାଣିଥିଲେ ମଧ୍ଯ) ଏବଂ iOS, iPadOS, ଏବଂ macOSରେ ଥିବା କେତେକ ଫୀଚର୍ ଦ୍ୱି-ସ୍ତରୀୟ ପ୍ରମାଣୀକରଣ ସୁରକ୍ଷା ଆବଶ୍ଯକ କରେ। ଯେତେବେଳେ ଦ୍ୱି-ସ୍ତରୀୟ ପ୍ରମାଣୀକରଣ ଚାଲୁ ଥାଏ, କେବଳ ଆପଣ ଏକ ଭରସାଯୋଗ୍ୟ ଡିଭାଇସ୍ ବ୍ଯବହାର କରି ଆପଣଙ୍କ ଆକାଉଣ୍ଟ୍‌ ଆକ୍ସେସ୍ କରିପାରିବେ। ଯେତେବେଳେ ଆପଣ ପ୍ରଥମ ଥର ପାଇଁ ଏକ ନୂଆ ଡିଭାଇସ୍‌ରେ ସାଇନ୍ ଇନ୍ କରନ୍ତି, ଆପଣଙ୍କୁ ଦୁଇଟି ସୂଚନା ପ୍ରଦାନ କରିବାକୁ ହେବ-ଆପଣଙ୍କର Apple ଆକାଉଣ୍ଟ୍ ପାସ୍‌ୱର୍ଡ୍‌ ଏବଂ ଛଅ ଅଙ୍କ ବିଶିଷ୍ଟ ଯାଞ୍ଚକରଣ କୋଡ୍ ଯାହା ସ୍ୱୟଂଚାଳିତ ଭାବରେ ଆପଣଙ୍କ ଫୋନ୍ ନମ୍ବର୍‌କୁ ପଠାଯାଏ କିମ୍ବା ଆପଣଙ୍କ ଭରସାଯୋଗ୍ଯ ଡିଭାଇସ୍‌ରେ ପ୍ରଦର୍ଶିତ ହୁଏ। କୋଡ୍ ଲେଖିବା ଦ୍ବାରା, ଆପଣ ନୂଆ ଡିଭାଇସ୍‌ ଉପରେ ବିଶ୍ୱାସ କରୁଛନ୍ତି ବୋଲି ନିଶ୍ଚିତ କରନ୍ତି।