“ଫ୍ୟାମିଲି ଶେୟରିଂ” ସଦସ୍ଯମାନଙ୍କ ପ୍ରକାର
“ଫ୍ୟାମିଲି ଶେୟରିଂ” ଗ୍ରୂପ୍ର ସଦସ୍ଯମାନେ ନିଜ ବୟସ ଅନୁସାରେ ଭିନ୍ନ ଭିନ୍ନ ଭୂମିକା ଗ୍ରହଣ କରିପାରିବେ।
ଧ୍ୟାନ ଦିଅନ୍ତୁ: ଯେଉଁ ବୟସରେ ଜଣେ ବ୍ଯକ୍ତିଙ୍କୁ ବୟସ୍କ କିମ୍ବା ଶିଶୁ ବୋଲି ବିବେଚନା କରାଯାଏ, ତାହା ଦେଶ କିମ୍ବା ଅଞ୍ଚଳ ଅନୁସାରେ ଭିନ୍ନ ହୋଇଥାଏ।
ଅର୍ଗାନାଇଜର୍: “ଫ୍ୟାମିଲି ଶେୟରିଂ” ଗ୍ରୂପ୍ ସେଟ୍ ଅପ୍ କରୁଥିବା ଜଣେ ବୟସ୍କ। ଅର୍ଗାନାଇଜର୍ ପରିବାର ସଦସ୍ଯଙ୍କୁ ଆମନ୍ତ୍ରଣ କରିପାରିବେ, ପରିବାର ସଦସ୍ଯଙ୍କୁ କାଢ଼ି ପାରିବେ ଏବଂ ଗ୍ରୁପ୍ ବନ୍ଦ କରିପାରିବେ।
ବୟସ୍କ: ଫ୍ୟାମିଲି ଶେୟରିଂ ଗ୍ରୂପ୍ର ଜଣେ 18 ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ସଦସ୍ୟ।
ପିତାମାତା/ଅଭିଭାବକ: ଫ୍ୟାମିଲି ଶେୟରିଂ ଗ୍ରୂପ୍ର ଜଣେ ବୟସ୍କ ସଦସ୍ଯ ଯିଏ ଗ୍ରୂପ୍ର ପିଲାମାନଙ୍କ ପାଇଁ ପ୍ୟାରେଣ୍ଟଲ୍ କଣ୍ଟ୍ରୋଲ୍ ପରିଚାଳନା କରିବାରେ ସହାୟତା କରିପାରିବେ। ଯେତେବେଳେ ଅର୍ଗାନାଇଜର୍ ଜଣେ ବୟସ୍କ ବ୍ଯକ୍ତିଙ୍କୁ ଫ୍ୟାମିଲି ଶେୟରିଂ ଗ୍ରୂପ୍ରେ ଯୋଡ଼ନ୍ତି, ସେ ସେମାନଙ୍କୁ ପିତାମାତା କିମ୍ବା ଅଭିଭାବକ ଭାବରେ ମନୋନୀତ କରିପାରିବେ ଯଦି ଗ୍ରୂପ୍ରେ ପିଲା କିମ୍ବା କିଶୋର ସଦସ୍ଯ ଅଛନ୍ତି।
ଶିଶୁ କିମ୍ବା କିଶୋର: ଫ୍ୟାମିଲି ଶେୟରିଂ ଗ୍ରୂପ୍ର ଜଣେ 18 ବର୍ଷ କିମ୍ବା ତା’ଠାରୁ କମ୍ ବୟସର ସଦସ୍ୟ। ଯଦି ଛୋଟ ପିଲା ନିଜ ପାଇଁ Apple ଆକାଉଣ୍ଟ୍ ତିଆରି କରିପାରୁନଥାନ୍ତି ତେବେ ଅର୍ଗାନାଇଜର୍, ପିତାମାତା କିମ୍ବା ଅଭିଭାବକ ପିଲାଙ୍କ ପାଇଁ ଆକାଉଣ୍ଟ୍ ତିଆରି କରିପାରିବେ। Apple ସହାୟତା ଆର୍ଟିକଲ୍ ଆପଣଙ୍କ ପିଲା ପାଇଁ ଏକ Apple ଆକାଉଣ୍ଟ୍ ତିଆରି କରନ୍ତୁ ଦେଖନ୍ତୁ।